Site icon ଆଜିକାଲି

ଆଜି ଦିବଂଗତ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଏକାଦଶାହ

ଭଦ୍ରକ : ଆଜି ଦିବଂଗତ ଧାମନଗର ବିଧାୟକ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କର ଏକାଦଶାହ । ଏହି ପରିପ୍ରେକ୍ଷୀରେ ତିହିଡି କଲେଜ ପରିସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ବିଜେପି ରାଷ୍ଟ୍ରୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ଅନେକ ନେତା ।

ସକାଳ ପ୍ରାୟ ୮ଟା ୩୦ରେ ତିହିଡିରେ ପହଞ୍ଚିବେ ନେତା ଗଣ । ପରେ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କର ଶୋକ ସଭାରେ ଯୋଗ ଦେବେ । ସେଠାରେ ଏକ ସ୍ମରଣିକା ଉନ୍ମୋଚନର କାର୍ଯ୍ୟକ୍ରମ ରହିଛି । ଏହି ଶୋକ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶର ଟୁଡୁଙ୍କ ସମେତ ବହୁ ବରିଷ୍ଠ ନେତାଙ୍କର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗତ ୧୯ ତାରିଖରେ ବିଷ୍ଣୁ ସେଠୀଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା ।

Exit mobile version