Site icon ଆଜିକାଲି

ଆଜି ପବିତ୍ର ଅକ୍ଷୟ ତୃତୀୟା

ଆଜି ଅନୂକୂଳର ପର୍ବ ଅକ୍ଷୟ ତୃତୀୟା । ବୈଶାଖ ଶୁକ୍ଳ ତୃତୀୟା ଦିନଟିକୁ ପବିତ୍ର ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଇଥାଏ । ଆଜିର ଦିନରେ ଚଷା ପୁଅ ଚାଷ କ୍ଷେତରେ ଅଖିମୁଠି ଚଳାଇ ମାତା ଲକ୍ଷ୍ମୀଙ୍କର ଆଶିର୍ବାଦ କାମନା କରିଥାଏ ।ସବୁଠାରୁ ବଡ କଥା ହେଉଛି ଆଜିର ଦିନରେ ମହାପ୍ରଭୂଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥାଏ । ଆଜି ମଧ୍ୟ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଆଜି ଦିନଟି ଅନୁକୂଳର ପର୍ବ ହୋଇଥିବାରୁ ଆଜିର ଦିନରେ ଶୁଭ କାର୍ଯ୍ୟ ଆରମ୍ଭ କରିବାର ପରମ୍ପରା ରହି ଆସିଛି । ଆଜିର ଦିନର ଆଉ ଏକ ମହତ୍ୱ ହେଉଛି ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କର ଆଜି ଜନ୍ମତିଥି । ବିଶ୍ୱାସ ରହିଛି ଆଜିର ଦିନରେ ସତ୍ୟଯୁଗ ଓ ତ୍ରେତୟା ଯୁଗର ଆରମ୍ଭ ହୋଇଥିଲା ।

ଅନ୍ୟପଟେ ବିଶ୍ୱାସ ରହିଛି ଆଜିର ଦିନରେ ସୁନା କିଣିଲେ ଘରକୁ ମାତା ଲଷ୍ମୀଙ୍କର ଶୁଭାଆଗମନ ହୋଇଥାଏ । ହେଷଳ ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ସାରା ଦେଶ ଲକ ଡାଉନରେ ରହିଥିବାରୁ ଏଥର ସୁନା ବ୍ୟବସାୟ ଏକ ପ୍ରକାର ଠପ ହୋଇଯାଇଛି । ଧେନତରାସ ପରି ଆଜିର ଦିନରେ ମଧ୍ୟ ଅଧିକ ପରିମାଣରେ ସୁନା ବ୍ୟବସାୟ ହୋଇଥାଏ । ଏହି ଦିନ ଦାନ ଧର୍ମ ଓ ଶୁଭକାର୍ଯ୍ୟର ଶୁଭାରମ୍ଭ କଲେ ଅକ୍ଷୟ ଫଳ ବା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

Exit mobile version