Site icon ଆଜିକାଲି

ଆଜି ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ, ଭାଷା ପ୍ରତି ନାହିଁ ଦରଦ

ଭୁବନେଶ୍ୱର : ଆଜି ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ । କିନ୍ତୁ ଓଡ଼ିଆ ଭାଷା ପ୍ରତି ଦରଦ ନାହିଁ । ୨୦୧୪ ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆକୁ ଷଷ୍ଠ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ମିଳିଲା । ଓଡ଼ିଆ ଭାଷାଭାଷୀ ଏହାକୁ ନେଇ ଉତ୍ସବ ପାଳନ ବି କଲେ । ସେବେଠୁ ମାର୍ଚ୍ଚ ୧୧ ତାରିଖକୁ ଶାସ୍ତ୍ରୀୟ ଭାଷା ଦିବସ ଭାବେ ଆଡ଼ମ୍ବର ସହକାରେ ପାଳନ କରାଯାଉଛି । ହେଲେ, ଓଡ଼ିଆ ଭାଷା ପାଇଁ ଏମିତି ଦରଦ ଯେ ନାମଫଳକରେ ବି ଓଡ଼ିଆ ଲେଖିବାକୁ ହାତ ଯାଉନି କି ମନ ଚାହୁନି ।

ନାମଫଳକ ଓଡ଼ିଆରେ ଲେଖିବା ନେଇ ସରକାର ଆଇନ କରିଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାବସାୟିକ ପ୍ରତିଷ୍ଠାନ ସମେତ ଛୋଟବଡ଼ ଦୋକାନୀ ସେମାନଙ୍କ ଇଚ୍ଛାରେ ଇଂରାଜୀ, ହିନ୍ଦୀ ବା ଯେକୌଣସି ଭାଷାରେ ନାମଫଳକ ଲଗାଇ ପାରିବେ । କିନ୍ତୁ, ପ୍ରଥମେ ନିର୍ଭୁଲ ଭାବେ ଓଡ଼ିଆ ନାମଫଳକ ଲଗାଇବା ବାଧ୍ୟତାମୂଳକ ।ଆଇନରେ ଏହି ବ୍ୟବସ୍ଥା ହେବା ପରଠାରୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଗଲା । ଜରିମାନା ବି ଆଦାୟ ହେଲା । କିନ୍ତୁ, କିଛିଦିନ ପରେ ସବୁ ଶିଥିଳ ପଡ଼ିଗଲା । ଫଳରେ, ଲୋକମାନେ ଯେମିତି ଆଗରୁ ନାମଫଳକରେ ଇଂରାଜୀ ବ୍ୟବହାର କରୁଥିଲେ ଏବେ ବି ସେମିତି କରୁଛନ୍ତି । ଓଡ଼ିଆ ଭାଷା ପ୍ରତି ଥିବା ଦାୟିତ୍ବବୋଧ ତ ଦୂରେଥାଉ, ଆଇନରେ ବ୍ୟବସ୍ଥା ହେଲାପରେ ବି ସରକାରଙ୍କ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି ।

Exit mobile version