Site icon ଆଜିକାଲି

ଆଜି ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଆଜି ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ତମ ପ୍ରତିଷ୍ଠା ଦିବସ । ମହାଆଡମ୍ବରରେ ପାଳନ ହେବାକୁ ଥିବା ଏହି ଉତ୍ସବ ପାଇଁ ସରିଛି ସବୁ ପ୍ରସ୍ତୁତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାସହ କଟକ ମେୟର, ସାଂସଦ, ବିଧାୟକ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସ୍କୁଲରୁ ବାହାରିଥିବା ଅନେକ ଛାତ୍ରୀ ଓଡ଼ିଶାର ବିକାଶରେ ଉଲ୍ଲେଖନୀୟ ଅବଦାନ ଦେବା ସହ ରାଜ୍ୟ ,ଦେଶ ଓ ବିଦେଶରେ ଅନେକ ଛାତ୍ରୀ ସଫଳତାର ଶିଖର ଛୁଇଁଛନ୍ତି ।

Exit mobile version