Site icon ଆଜିକାଲି

ଆଜି ଆଇଆଇଟି ଖଡ଼ଗପୁରର ୬୮ତମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର : ଆଜି ଆଇଆଇଟି ଖଡ଼ଗପୁରର ୬୮ତମ ସମାବର୍ତ୍ତନ ଉତ୍ସବ । ଏଥିରେ ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ଼ ସମ୍ମାନିତ ଅତିଥି ଏବଂ ଆଇଆଇଟି ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ସିଂ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କୁ ଡିଷ୍ଟିଙ୍ଗୁଇସ୍‌ଡ ଆଲୁମ୍ନସ୍‌ ଆୱାର୍ଡ (ସୁନାମଧନ୍ୟ ପୁରାତନ ଛାତ୍ର) ସମ୍ମାନ ପ୍ରଦାନ କରାଯିବ ।

Exit mobile version