Site icon ଆଜିକାଲି

ନୂଆଁଖାଇ ପାଇଁ ଆଜି ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା, ପିଠାପଣାର ମହକରେ ମହକୁଛି ଘର

ସମ୍ବଲପୁର : ଆଜି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା । ଘରେ ଘରେ ଉତ୍ସାହର ମାହୋଲ । ପିଠାପଣାର ମହକରେ ମହକୁଛି ଘର। ତିଆରି ଚାଲିଛି ଭଳିକି ଭଳି ସ୍ବାଦିଷ୍ଟ ବ୍ୟଞ୍ଜନ। ଘରେ ବନ୍ଧୁ ବାନ୍ଧବଙ୍କ ଭିଡ଼ । ଦୂରଦୂରାନ୍ତରେ ରହୁଥିବା ପରିବାର ଓ ଆତ୍ମୀୟ ଘରକୁ ଫେରିଛନ୍ତି । ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ ଇଷ୍ଟଦେବୀଙ୍କ ଠାରେ ଅର୍ପଣ କରିବାର ପର୍ବ ହେଉଛି କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ।

ଆଜି ସକାଳ ୧୦ଟା ୨୭ରୁ ୧୦ଟା ୪୨ ଭିତରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ହେବ । ମାଆଙ୍କ ନବାର୍ଣ୍ଣ ମୁଖ୍ୟ ପୂଜକଙ୍କ ସମେତ ଆଉ ଦୁଇ ପୂଜକଙ୍କ ଘରେ ପ୍ରସ୍ତୁତ ହେଉଛି।ଏହାପରେ ସମସ୍ତ ଏକାଠି ନୂଆ ଖାଇବେ । ନୂଆ ଖାଇବା ପରେ ଗୁରୁଜନଙ୍କୁ ଜୁହାର କରି ଘରର ଛୋଟମାନେ ଆଶୀର୍ବାଦ ନେଇ ଥାଆନ୍ତି । ଅନ୍ୟପଟେ ନୂଆଖାଇ ପାଇଁ ଚାଲିଛି ନାଚଗୀତର ପ୍ରସ୍ତୁତି । ପଶ୍ଚିମ ଓଡିଶାର ଡାଲଖାଇ, ରସରକେଳି, ମାଇଲାଜଡ଼, ଚୁଟୁକୁଚୁଟାରେ ଦୁଲୁକୁଛି ଗାଁ ଦାଣ୍ଡ ।

Exit mobile version