Site icon ଆଜିକାଲି

ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ଦିନ, ବ୍ରତ ପାଳନ କରିବେ ହବିଷ୍ୟାଳି

ଭୁବନେଶ୍ବର : ବର୍ଷକ ୧୨ ମାସ ଭିତରେ କାର୍ତ୍ତିକ ମାସ ଧର୍ମର ମାସ । ଆଜିଠୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର ହୋଇଥିବାରୁ ବ୍ରତ ଧରିଛନ୍ତି ବ୍ରତଧାରୀ । ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳନ କରିବେ ହବିଷ୍ୟାଳି । ବ୍ରତଧାରୀ ମାନେ ସକାଳୁ ସ୍ନାନ କରି ଚଉରା ମୂଳେ ସଂକଳ୍ପ ନେଇ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ଏକ ମାସ ଧରି ନିଷ୍ଠାର ସହ ମହାପ୍ରସାଦ ସେବନ କରି ଚଉରା ମୂଳେ ରାଇଦାମୋଦର ପୂଜା କରି ପାଳନ କରିବେ କାର୍ତ୍ତିକ ବ୍ରତ ।

କରୋନା କମିବା ପରେ କଟକଣା କୋହଳ ହୋଇଛି । ଦୁଇବର୍ଷ ପରେ ଶ୍ରୀକ୍ଷେତ୍ରରେ କଟକଣାମୁକ୍ତ ବ୍ରତ କରିଛନ୍ତି ହବିଷ୍ୟାଳି । କାର୍ତ୍ତିକ ମାସର ପ୍ରଥମ ଦିନ ହୋଇଥିବାକୁ ଶ୍ରୀମନ୍ଦିରେ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ଲାଗିଥାଏ । କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥିବାରୁ ଭୋରୁ ସ୍ନାନ ସାରି ବାଲୁକା ପୂଜା କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଳତୀ ଦର୍ଶନ କରି ବ୍ରତ ଧରିଛନ୍ତି ବ୍ରତଧାରୀ । ତୁଳସୀ ଚଉଁରା ମୂଳେ ରାଇଦାମୋଦରଙ୍କୁ ପୂଜା କରି ମାସକ ଯାକ ଆଧ୍ୟାତ୍ମିକ ଭାବରେ ବାନ୍ଧି ହୋଇ ରହିବେ ହବିଷ୍ୟାଳି । ସନ୍ଧ୍ୟାରେ ଆକାଶ ଦୀପ ଟାଣିବେ । କାର୍ତ୍ତିକ ମାହାତ୍ମ୍ୟ ପାଠ କରିବା ସହିତ ଭଜନ, ଭାଗବତ ପୁରାଣ ଓ ପ୍ରବଚନ ଶୁଣିବେ । ଦିନରେ ଥରେ ମହାପ୍ରସାଦ ସେବନ କରିବେ ।

କାର୍ତ୍ତିକ ମାସରେ ଗାଁ ଗଣ୍ଡାରେ ମଧ୍ୟରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ପର ଦିନଠୁ ଏହି ପବିତ୍ର ମାସ ଆରମ୍ଭ ହୁଏ । କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ଅନେକ ଏହି ମାସକ ଯାଏ ଆମିଷ ଖାଇ ନଥାନ୍ତି । ଅନେକଙ୍କ ଘରେ ମଧ୍ୟ ଆମିଷ ପଶି ନଥିବା ଦେଖିବାକୁ ମିଳିଥାଏ । କାର୍ତ୍ତିକ ମାସ ଶେଷ ହେବାକୁ ୫ ଦିନ ବାକି ଥାଏ ସେବେଠୁ ପଞ୍ଚୁକ ଆରମ୍ଭ ହୋଇଥାଏ । ଗାଁ ଗଣ୍ଡାରେ କାର୍ତ୍ତିକେୟଙ୍କୁ ପୂଜା କରିବା ସହ ରାହାସ ପୂଜା ହୋଇଥାଏ । ଝିଅମାନେ ବାଲୁକା ପୂଜିଥାନ୍ତି । ପୁର ପଲ୍ଲୀ ମହକି ଉଠିଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସା ହୋଇଥାଏ ।

Exit mobile version