Site icon ଆଜିକାଲି

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ଆଜିକୁ ଠିକ ୭୫ ବର୍ଷ ତଳେ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ମିଳିଥିଲା । ତେବେ ଆଜି ରାଜଧାନୀର ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳିତ ହେଉଛି । ୭୫ ବର୍ଷ ହେବା ନେଇ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ରହିଛି । ରାଜଧାନୀ ପ୍ରତିଷ୍ଠା ପାଳନ କରିବାକୁ ବ୍ୟାପକ ଆୟୋଜନ କରାଯାଇଛି । ଆଜିଠାରୁ ତିନିଦିନ ଧରି ଚାଲିବ ପ୍ରତିଷ୍ଠା ଦିବସ ସମାରୋହ ।

ରାଜଧାନୀ ପ୍ରତିଷ୍ଠା ଦିବସରେ ପାରମ୍ପରିକ ପରେଡ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ତେବେ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠା ଦିବସ ପାଳିତ ହେବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ଏହି ଉତ୍ସବ ଆୟୋଜିତ ହୋଇଛି । ଓଡିଶା ବିଧାନ ସଭା ମୁଖ ତଥା ରାଜଧାନୀ ଶିଳାନ୍ୟାସ ଫଳକ ସାମ୍ନା ଉତ୍କଳ ମଣ୍ଡପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ମୁଖ୍ୟମନ୍ତ୍ରୀ, ବିଧାୟକ, ମେୟର, ନେତା, ପ୍ରଶାସନିକ ଅଧିକାରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଆୟୋଜନ କରାଯାଇଛି । ୭୪ ବର୍ଷ ତଳେ କଟକରୁ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତରଣ କରାଯାଇଥିଲା । ବିଭିନ୍ନ ଅଟ୍ଟାଳିକା ଏବଂ ରାସ୍ତାର ଶିଳାନ୍ୟାସ କରାଯାଇ ଏକ ସବୁଜିମା ଭୁବନେଶ୍ୱରକୁ ବର୍ତ୍ତମାନ ସ୍ମାର୍ଟ ସିଟିରେ ପରିଣତ କରାଯାଇଛି ।

Exit mobile version