Site icon ଆଜିକାଲି

ଆଜି ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ

ଭୁବନେଶ୍ୱର : ଧଉଳି ଶାନ୍ତିସ୍ତୂପ ପ୍ରତିଷ୍ଠାକୁ ଆଜି ୫୦ ବର୍ଷ ପୂରଣ ହେଉଛି । ଧଉଳି ଶାନ୍ତିସ୍ତୁପ ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ବିରାଟ ବିରାଟ ବୌଦ୍ଧ ସମ୍ମିଳନୀର ଆୟୋଜନ ହେଉଛି । ଏଥିରେ ଯୋଗଦେବା ପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ବୌଦ୍ଧ ସନ୍ନ୍ୟାସୀ ପହଞ୍ଚିବାରେ ଲାଗିଛନ୍ତି । ସୁବର୍ଣ୍ଣ ଜୟନ୍ତୀ ସମାରୋହ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ଏଣେ ଆଜିଠୁ ଧଉଳିରେ ପୁଣି ଆରମ୍ଭ ହେବ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଲିଫ୍ଟର ବ୍ୟବସ୍ଥା କରାଯାଇଛି । ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ ପକ୍ଷରୁ ପ୍ରାୟ ଦୁଇ କୋଟି ଟଙ୍କା ଅନୁଦାନରେ ଏହାର ମରାମତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି । ଆଜି ଶାନ୍ତି ପୂଜାର୍ଚ୍ଚନା ପାଇଁ ସକାଳ ୮ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶ ଉପରେ ଲାଗିଛି କଟକଣା ।

Exit mobile version