Site icon ଆଜିକାଲି

ଆଜି ପବିତ୍ର ମାଘ ସପ୍ତମୀ: ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ପୁରୀ : ଆଜି ପବିତ୍ର ମାଘ ସପ୍ତମୀ । ଚଳଚଞ୍ଚଳ ହୋଇଉଠିଛି ଚନ୍ଦ୍ରଭାଗା । ମାଘ ମେଳାରେ ବୁଡ଼ ପକାଇଛନ୍ତି ୨ ଲକ୍ଷ ରୁ ଅଧିକ ଶ୍ରଦ୍ଧାଳୁ । ଚନ୍ଦ୍ରଭାଗା ତୀର୍ଥରେ କୃଷ୍ଣଙ୍କ ପୁତ୍ର ଶାମ୍ବ ସୂର୍ଯ୍ୟନାରାୟଣଙ୍କୁ ଉପାସନା କରି ଅଭିଶାପରୁ ମୁକ୍ତି ଲାଭ କରିଥିଲେ । ତେଣୁ ଲୋକଙ୍କ ବିଶ୍ୱାସ ରହିଛି ଆଜିର ଦିନରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ କୋଟି ଜନ୍ମ ପାପକ୍ଷୟ ହୋଇଥାଏ ।

ତେଣୁ ପବିତ୍ର ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ବୁଡ଼ ପକାଇବାକୁ ଏଠାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥାନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Exit mobile version