Site icon ଆଜିକାଲି

ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ; ନୋମିନେସନ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ

ଭଦ୍ରକ : ଆଜି ଧାମନଗର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଶେଷ ଦିନରେ ନୋମିନେସନ ଫାଇଲ୍ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଏହି ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ ହେବ ସହ ବହୁ ବରିଷ୍ଠ ନେତା ଏଥିରେ ସାମିଲ ହେବେ। ଅନ୍ୟପଟେ ଧାମନଗରରେ ବିଜେଡି ନେତା ରାଜେନ୍ଦ୍ର ଦାସଙ୍କୁ ନେଇ ସୃ୍ଷ୍ଟି ହୋଇଛି ସସପେନ୍ସ । ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ମଧ୍ୟ ଆଜି ନାମାଙ୍କନ ଦାଖଲ କରି ପାରନ୍ତି । ଯଦି ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରନ୍ତି ତାହାଲେ ଏହି ଉପ-ନିର୍ବାଚନ ରୋଚକ ମୋଡ଼ ନେବ ବୋଲି ଚର୍ଚ୍ଚା ହେଉଛି ।

Exit mobile version