Site icon ଆଜିକାଲି

ଆଜି ନବରାତ୍ରର ଦ୍ୱିତୀୟ ଦିନ : ବ୍ରହ୍ମଚାରିଣୀ ରୂପରେ ଦର୍ଶନ ଦେଉଛନ୍ତି ମା’

ଭୁବନେଶ୍ଵର : ଆରମ୍ଭ ହୋଇଯାଇଛି ଶାରଦୀୟ ନବରାତ୍ରୀ । ଆଜି ନବରାତ୍ରୀର ଦ୍ୱିତୀୟ ଦିନ । ନବରାତ୍ରୀର ନଅ ଦିନ ଯାକ ଦେବୀ ଦୁର୍ଗାଙ୍କ ନଅ ସ୍ୱରୂପଙ୍କୁ ପୂଜା କରିବାର ବିଧି ରହିଥିବା ବେଳେ ଆଜି ମାଙ୍କର ଦ୍ୱିତୀୟ ସ୍ୱରୂପ ବ୍ରହ୍ମଚାରିଣୀଙ୍କ ପୂଜା କରାଯାଉଛି । ଏଠାରେ ବ୍ରହ୍ମ ଶଦ୍ଦ ର ଅର୍ଥ ତପସ୍ୟା । ବ୍ରହ୍ମଚାରିଣୀ ଅର୍ଥାତ୍ ତପର ଚାରିଣୀ । ମାଙ୍କର ବ୍ରହ୍ମଚାରିଣୀ ସ୍ୱରୂପ ପୂଣ୍ୟ ଜ୍ୟୋତିର୍ମୟ ଏବଂ ଅତ୍ୟନ୍ତ ଭବ୍ୟ ।

ନବରାତ୍ରର ଦ୍ବିତୀୟ ଦିନରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ବ୍ରହ୍ମଚାରିଣୀ ରୂପରେ ଉପାସନା କରିଥାନ୍ତି । ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ମା’ ଭଗବାନ ଶିବଙ୍କୁ ପତି ରୂପେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ । ଏହି କଠିନ ତପସ୍ୟା ପାଇଁ ଦେବୀଙ୍କ ନାମ ତପଶ୍ଚାରିଣୀ ଅର୍ଥାତ୍‌ ବ୍ରହ୍ମଚାରିଣୀ ହୋଇଛି । ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି । ମା’ଙ୍କ ଏହି ସ୍ବରୂପକୁ ପୂଜା କଲେ ସର୍ବତ୍ର ସିଦ୍ଧି ଓ ବିଜୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ମା’ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା ।

Exit mobile version