Site icon ଆଜିକାଲି

ଆଜି ଚୈତ୍ର ମାସ ତୃତୀୟ ମଙ୍ଗଳବାର, ତାରାତାରିଣୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ବ୍ରହ୍ମପୁର : ଆଜି ଚୈତ୍ର ମାସର ତୃତୀୟ ମଙ୍ଗଳବାର । ବିଭିନ୍ନ ଦେବୀ ପୀଠରେ ଭକ୍ତଙ୍କ ଗହଳି ଲାଗିଛି । ବିଶ୍ୱାସ ଅଛି ଆଜିର ଦିନରେ ମା’ଙ୍କ ପୂଜା ଉପାସନା କଲେ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ । ଫଳରେ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି ।

ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାର ଆରଧ୍ୟା ଦେବୀ ମା’ ତାରାତାରିଣୀ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି । ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ମା’ଙ୍କ ଦର୍ଶନ ସହ ଧୂପ ଦୀପ ନୈବଦ୍ୟ ଦିଆଯାଇଛି ।

Exit mobile version