Site icon ଆଜିକାଲି

ଆଜି ବିଶ୍ୱ ହୃଦୟ ଦିବସ,ଜାଣନ୍ତୁ କିଛି ଗରୁତ୍ୱପୂର୍ଣ୍ଣ କଥା

ଆଜି ସାରା ବିଶ୍ୱ ପାଳୁଛି ବିଶ୍ୱ ହୃଦୟ ଦିବସ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ହୃଦୟ ଦିବସରେ ବିଭିନ୍ନ ସଚେତନା ଭିତ୍ତିକ କାଯ୍ୟକ୍ରମ ଅନୁଷ୍ଠିତ ହେଉଛି । ତେବେ ଆଜିଭଳି ଦିନରେ ଆସନ୍ତୁ ଜାଣିବା ହୃଦ ରୋଗ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା । ଯୁଗ ବଦଳିବା ସହିତ ମଣିଷ ଆରାମ ଦାୟକ ଜୀବନ ବିତେଇବା ପାଇଁ ବିଭିନ୍ନ ଟେକନୋଲୋଜିକୁ ଆପଣଉଛି । ଏମିତି କି ନିଜ ନିତ୍ୟକର୍ମ ମଧ୍ୟ ନିଜେ କରିବାକୁ ନାରାଜ ହୋଇ ପଡୁଛି । ଏହି ସୌଖିନ ଜୀବନ ଯାପନ ପାଇଁ ମଣିଷ ନିଜ ଅଜାଣତରେ ନିଜ ପାଇଁ ବିପଦ ଟାଣି ଆଣୁଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ଏକ ଖବର ମୁତାବକ ଏଇ ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣା ପଡିଛି ଦେଶର ପ୍ରତ୍ୟକ ୪ ଜଣଙ୍କ ମଧ୍ୟରୁ ଜଣେ ଉଚ୍ଚ ରକ୍ତଚାପ ଭଳି ମାରାତ୍ମକ ରୋଗର ଶୀକାର ହେଉଛି । ଆଉ ଯେଉଁଥିରେ ଅଧିକ ମାତ୍ରାରେ ରହିଛନ୍ତି ୩୦ ବର୍ଷରୁ କମ ବୟସର ଯୁବକ ।

ତେବେ ଜଣେ ବ୍ୟକ୍ତି ଯଦି ଏହି ରକ୍ତ ଚାପରେ ଅଧିକ ଦିନ ଧରି ପିଡୀତ ରୁହେ ତେବେ ବ୍ୟକ୍ତି ଜଣଙ୍କୁ ହୃଦଘାତ ହେବାର ଅଧିକ ସମ୍ଭାବନା ଥାଏ । ସେହିଭଳି ପ୍ରତ୍ୟକ ବର୍ଷ ହେଉଥିବା ମୃତ୍ୟୁର ୧୯ ପ୍ରତିଶତ ହୃଦରୋଗ ଜନିତ ମୃତ୍ୟୁ ହେଉଛି । ଏହି ରୋଗର ଉପଚାର ପାଇଁ ଜଣଙ୍କୁ ହୃଦଘାତର ୪ ରୁ ୫ ଘଣ୍ଟା ମଧ୍ୟରେ ଚିକିତ୍ସା ନିହାତି ଆବଶ୍ୟକ । ସେହିଭଳି ହୃଦରୋଗ ପିଡୀତ ବ୍ୟକ୍ତି ଅଧାରୁ ମଧ୍ୟ ଔଷଧ ଛାଡିବା ଅନୁଚିତ ।

Exit mobile version