Site icon ଆଜିକାଲି

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ : ବିପଦ ଓ କ୍ଷତି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପାଳନ ହୁଏ ଏହି ଦିବସ

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ତମାଖୁ ସେବନ ଦ୍ବାରା ସ୍ୱାସ୍ଥ୍ୟ ପ୍ରତି ହେଉଥିବା ବିପଦ ଓ କ୍ଷତି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ’ ୩୧ ତାରିଖରେ ଏହି ଦିବସ ପାଳନ କରାଯାଉଛି ।

ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଆମର ତମାଖୁ ନୁହେଁ, ଖାଦ୍ୟ ଦରକାର’। ଉଦ୍ଦେଶ୍ୟ ହେଉଛି, ତମାଖୁ ବ୍ୟବହାରର କ୍ଷତିକାରକ ସମ୍ପର୍କରେ ଆଲୋକପାତ କରିବା ଏବଂ ତମାଖୁ ବ୍ୟବହାରକୁ ହ୍ରାସ କରିବା। ତମାଖୁ ସେବନ ଏକ ଗୁରୁତର ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି, ଯାହା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁମୁଖରେ ପକାଉଛି ।

୧୯୮୭ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁର ବ୍ୟବହାର ଉପରେ ନିୟମନ୍ତ୍ରଣ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଦିବସର ସ୍ଥାପନା କରିବାକୁ ନିଷ୍ପତ୍ତି ନେଇଥିଲା । ୧୯୮୮ ମସିହା ମେ ୩୧ ତାରିଖରେ ପ୍ରଥମ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା ।

Exit mobile version