Site icon ଆଜିକାଲି

ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ କାଳୀ

ପୁରୀ : ଧରାବତରଣ ପରେ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ମା’ କାଳୀ । ମନ୍ଦିର ଏବଂ ପୂଜା ମଣ୍ଡପରେ ମା’ଙ୍କ ଦୁର୍ଲଭ ବେଶ ଦର୍ଶନ କରି କୃପା ଲାଭ କରୁଛନ୍ତି ଶ୍ରଦ୍ଧାଳୁ ।

ପରମ୍ପରା ଅନୁସାରେ ନିଶାର୍ଦ୍ଧରେ ମାଆଙ୍କର ଗୁପ୍ତ ରୀତିନୀତୀ ପୂଜା ଅନୁଷ୍ଠିତ ହୋଇଥିଲା । ମଧ୍ୟ ରାତ୍ରିରେ ଚକ୍ଷୁ ଦାନ ପରେ ଏବେ ମାଆଙ୍କ ଆଶୀଷ ନେବାକୁ ମନ୍ଦିର ଓ ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଭକ୍ତମାନେ କିଭଳି ଶନ୍ତି ଶୃଙ୍ଖଳାରେ ମାଆଙ୍କ ଦର୍ଶନ କରିପାରିବେ ସେନେଇ ହୋଇଛି ବ୍ୟାପକ ବ୍ୟବସ୍ଥା । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମଧ୍ୟ ମୁତୟନ କରାଯାଇଛି ।

Exit mobile version