Site icon ଆଜିକାଲି

ଆଜି ମାଟ୍ରିକ ପରୀକ୍ଷା ଫଳ, ମଧ୍ୟାହ୍ନ ୧୨ଟାରେ ଓ୍ଵେବ୍‌ସାଇଟ୍‌ରେ ହେବ ଉପଲବ୍ଧ

ଭୁବନେଶ୍ଵର : ଆଜି ବାହାରିବ ମାଟ୍ରିକ ପରୀକ୍ଷା ଫଳ । ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମହଲରେ ଉତ୍କଣ୍ଠା ବଢିବାରେ ଲାଗିଛି। ସକାଳ ୧୦ ଟାରେ ଫଳ ପ୍ରକାଶ ପାଇବ ଏବଂ ମଧ୍ୟାନ୍ନ ୧୨ ଟାରୁ ବୋର୍ଡ ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ । ଗତବର୍ଷ ପାସ ହାର ୯୦ ପ୍ରତିଶତ ଥିଲା ଏବଂ ତ୍ରୁଟିଶୂନ୍ୟ ପରୀକ୍ଷାଫଳ ପ୍ରକାଶ କରିବାରେ ମାଧ୍ୟମିକ ଶିକ୍ଷା ପରିଷଦ କେତେକାଂଶରେ ସଫଳ ମଧ୍ୟ ହୋଇଥିଲା ।

ପରୀକ୍ଷାର୍ଥୀଙ୍କ ମହଲରେ ଉତ୍କଣ୍ଠା । ଏଥର ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ୧୭ ରେ ଶେଷ ହୋଇଥିଲା । ଠିକ୍ ୨ ମାସ ପରେ ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି । ଆଜି ସକାଳ ୧୦ ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ଏବଂ ମଧ୍ୟାନ୍ନ ୧୨ ଟାରୁ ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ପରୀକ୍ଷାର୍ଥୀ ମାନେ www.bseodisha.ac.in ୱେବସାଇଟରୁ ନିଜ ନିଜର ରେଜଲ୍ଟ ପାଇପାରିବେ । ଇଣ୍ଟରନେଟ ଜନିତ ସମସ୍ୟା ରହିଲେ , ପରୀକ୍ଷାର୍ଥୀ ମାନେ ଏସ ଏମ ଏସ ଜରିଆରେ ରେଜଲ୍ଟ ପାଇ ପାରିବେ । ସେଥିଲାଗି ପରୀକ୍ଷାର୍ଥୀ OR10 ଲେଖି ସ୍ପେସ ଦେଇ ନିଜ ରୋଲନମ୍ବର ଲେଖିବେ , ତାକୁ ୫୬୭୬୭୫୦ କୁ ସେଣ୍ଡ କଲେ ରେଜଲ୍ଟ ପାଇପାରିବେ । ଗତବର୍ଷ ପାସ ହାର ୯୦ ପ୍ରତିଶତ ଥିଲା, ତେଣୁ ଏଥରର ଫଳ କିପରି ରହିବ, ପାସହାର କମିବ କି ବଢିବ, ରେଜଲ୍ଟକୁ ନେଇ ପରୀକ୍ଷାର୍ଥୀ ମାନେ ସନ୍ତୁଷ୍ଟ ହେବକି ନାହିଁ, ଏମିତି ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି।

Exit mobile version