Site icon ଆଜିକାଲି

ଆଜି ଦିନ ୧୧ ଟାରେ ପ୍ରକାଶ ପାଇବ ଓଜେଇଇ ଫଳ

ଭୁବନେଶ୍ୱର – ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ । ଆଜି ଦିନ ୧୧ଟାରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ଆନୁଷ୍ଠାନିକ ଭାବେ ପ୍ରକାଶ କରିବେ। ଏହାପରେ ଛାତ୍ରଛାତ୍ରୀମାନେ ୱେବସାଇଟ www.ojee.nic.in ରୁ ରେଜଲ୍ଟ ଜାଣିପାରିବେ।

ଚଳିତ ବର୍ଷ ମେ’ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଓଜେଇଇ ହୋଇଥିଲା । ୫୫ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏଥିପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ସହ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା। ଚଳିତବର୍ଷ ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେସଡ ମୋଡ୍ ରେ ହୋଇଥିଲା ପରୀକ୍ଷା।

Exit mobile version