Site icon ଆଜିକାଲି

ଆଜି ପଖାଳ ଦିବସ

ଓଡିଆ ମାନଙ୍କ ପାଇଁ ଆଜି ହେଉଛି ଗର୍ବର ଦିନ, କାହିଁକି ନା ଆଜି ହେଉଛି ‘ପଖାଳ ଦିବସ’ । ଯାହା ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ । ପଖାଳ ଓଡ଼ିଆ ଲୋକଙ୍କର ସବୁଠୁ ଅଧିକ ପ୍ରିୟ ଖାଦ୍ୟ । ଓଡ଼ିଆ ଲୋକମାନେ ପଖାଳ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି । ଆଉ ପଖାଳ ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ । ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ୱ ରଖେ କାରଣ ଏହା ହେଉଛି ‘ବିଶ୍ୱ ପଖାଳ ଦିବସ’ ।

ତେବେ ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପାଳିତ ହେଉଛି ଏହି ପଖାଳ ଦିବସ । ଏହି ପଖାଳ ଓଡ଼ିଆଙ୍କ ସସ୍କୃତି, ବିଚାରଧାରା, ଗୀତ ଓ ସାହିତ୍ୟ ସହ ଓତପ୍ରୋତଃ ଭାବେ ଜଡ଼ିତ ।ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି । ପଖାଳ ଓଡ଼ିଆ ମାନଙ୍କର ଗର୍ବ, ଐତିହ୍ୟ, ଓ ଅମୃତ ସଦୃଶ ।

୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନ କରାଯାଉଛି । ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ଏହି ଦିନ ବିଭିନ୍ନ ହୋଟେଲ ମାନଙ୍କରେ ପଖାଳର ବିଶେଷ ପରିବେଷଣ ହୁଏ । ଭିନ୍ନ ଭିନ୍ନ ପ୍ରକାରର ଶାଗ, ଭଜା ଆଦି ଲୋକଙ୍କ ରୁଚି ଅନୁସାରେ ପଖାଳ ସହ ଖାଇବାକୁ ଦିଆ ଯାଏ। ତେବେ ଆଜି ଓଡିଆ ମାନଙ୍କ ପାଇଁ ଏକ ଗୌରବର ଦିବସ। ଯଦି ଆପଣ ନିଜକୁ ଓଡିଆ ବୋଲି ଗର୍ବ ମାନେ କରୁଛନ୍ତି ତେବେ ଗୋଟେ ଲାଇକ ଓ ଶେୟାର ନିଶ୍ଚୟ କରିବେ ।

Exit mobile version