Site icon ଆଜିକାଲି

ଆଜି ଓଡ଼ିଶାକୁ ମିଳିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

ଭୁବନେଶ୍ୱର: ଆଜି ଓଡ଼ିଶାକୁ ମିଳିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ବିଶାଖାପାଟଣାରୁ ଭୁବନେଶ୍ବର ଗଡିବ ଏହି ଟ୍ରେନ୍ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ୮୫ ହଜାର କୋଟିର ରେଳ ପ୍ରକଳ୍ପ ଉତ୍ସର୍ଗ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ସେଥିମଧ୍ୟରୁ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାରେ ଚାଲିବ। ଖୋର୍ଦ୍ଧା,ବାଲୁଗାଁ ଓ ବ୍ରହ୍ମପୁର ଦେଇ ଏହା ବିଶାଖପଟନମ ଯିବ। ସପ୍ତାହକୁ ୬ ଦିନ ଚାଲିବା ବେଳେ କେବଳ ଶନିବାର ଏହା ଯାତ୍ରା କରିବ ନାହିଁ। ଗତ ବର୍ଷ ମେ’ରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିଥିଲା। ଏହା ପୁରୀରୁ ହାୱଡା ମଧ୍ୟରେ ଚଳାଚଳ କରୁଛି। ସେହିପରି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଗତ ବର୍ଷ ସେପ୍ଟେମ୍ବରରେ ଚାଲିଥିଲା।

Exit mobile version