Site icon ଆଜିକାଲି

ନନ୍ଦନକାନନ ରୋପଓ୍ବେ ଲୋକାର୍ପିତ, ୧୮ରୁ ମଜା ନେଇ ପାରିବେ ପର୍ଯ୍ୟଟକ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଲା ନୂଆରୂପ। ଆଜି ପ୍ରାଣୀ ଉଦ୍ୟାନରେ ନୂତନ ଜ୍ଞାନକୈାଶଳରେ ନିର୍ମିତ ହୋଇଥିବା ରୋପଓ୍ବେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଲୋକାର୍ପିତ କରିଛନ୍ତି। ୧୮ ତାରିଖ ଠାରୁ ପର୍ଯ୍ୟଟକମାନେ ଏହାର ମଜା ନେଇ ପାରିବେ। ଏନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସରିଛି।

୧୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ରୋପଓ୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟଉଭିଦ (ବଟାନୀକାଲ ଗାର୍ଡେନ) ଉଦ୍ୟାନକୁ ସଂଯୋଗ କରୁଥିବା ରୋପଓ୍ବେ କାଞ୍ଜିଆ ହ୍ରଦ ଉପର ଦେଇ ଯାଇଛି। ପର୍ଯ୍ୟଟକମାନେ କାଞ୍ଜିଆ ହ୍ରଦ ସମେତ ରାଜ୍ୟ ଉଭିଦ ଉଦ୍ୟାନ ଓ ନନ୍ଦନକାନନର ସବୁଜ ମନୋରମ ଦୃଶ୍ୟକୁ ଉପଭୋଗ କରି ପାରିବେ। ଯାହାର ଦୂରତ୍ବ ରହିଛି ୬୨୬ ମିଟର। ଏଥିରେ ସମୁଦାୟ ୧୨ଟି କ୍ୟାବିନ୍ ବ୍ୟବସ୍ଥା ରହିଥିବାବେଳେ ଗୋଟିଏ କ୍ୟାବିନରେ ୬ଜଣ ପର୍ଯ୍ୟଟକ ବସି ପାରିବେ।

ଜଣେ ପର୍ଯ୍ୟଟକ ୧୨୦ଟଙ୍କା ଦେଇ ଟିକଟ ସଂଗ୍ରହ କରି ବସି ପାରିବେ ଏହି ରୋପଓ୍ବେରେ । ରୋପଓ୍ବେର ଟିକଟ କାଉଣ୍ଟର ଉଭୟ ଉଦ୍ୟାନର ରୋପଓ୍ବେ ପାଖରେ ଖୋଲାଯାଇଛି। ସକାଳ ୮ଟା ରୁ ଅପରାହ୍ନ ୪ଘଣ୍ଟିକା ପର୍ଯ୍ୟନ୍ତ ଟିକଟ ସଂଗ୍ରହ କରିପାରିବେ। ପ୍ରତି ଘଣ୍ଟାକୁ ୫୦୦ ପର୍ଯ୍ୟଟକ ଏହାର ମଜା ନେଇପାରିବେ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ କହିଛନ୍ତି।

Exit mobile version