Site icon ଆଜିକାଲି

ଆଜି ପବିତ୍ର ଶ୍ରାବଣ ସୋମବାର, ଶିବାଳୟରେ ଲାଗିଛି କାଉଡିଆଙ୍କ ଗହଳି

ଭୁବନେଶ୍ୱର : ଆଜି ପବିତ୍ର ଶ୍ରାବଣ ସୋମବାର। ଏଥିପାଇଁ ଶିବାଳୟରେ ଲାଗିଛି କାଉଡିଆଙ୍କ ଗହଳି । ପୁରୀର ପ୍ରସିଦ୍ଧ ଲୋକନାଥଙ୍କ ପାଠରେ ଜଳଲାଗି ପାଇଁ ହଜାର ହଜାର କାଉଡ଼ିଆ ଭକ୍ତଙ୍କ ଭିଡ ଜମିଛି। ରାଜ୍ୟର କୋଣ ଅନୁକୋଣରୁ କାଉଡ଼ିଆ ଭକ୍ତମାନେ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ଆସିଛନ୍ତି।

ତେବେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଲୋକନାଥ ମନ୍ଦିର ଟ୍ରଷ୍ଟ ଓ ପୋଲିସ ପ୍ରଶାସନ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି। ମଧ୍ୟ ରାତ୍ରରୁ ମନ୍ଦିରର ଦ୍ୱାର ଫିଟା ପରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତିକାନ୍ତି ବଢିବା ପରେ ଜଳ ଲାଗି ଆରମ୍ଭ ହୋଇଛି। ଏକାମ୍ର କ୍ଷେତ୍ର ଲିଙ୍ଗରାଜରେ ମଧ୍ୟ କାଉଡିଆଙ୍କ ଗହଳି ଲାଗିଛି ।

ସେପଟେ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ବରଙ୍କ ପାଖରେ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ଭିଡ଼ ଲାଗିଛି। ରାତ୍ର ୨ ଟାରୁ ପହଡ ଖୋଲାଯାଇ ୧୦୮ସୁବାସିତ ଜଳରେ ବାବା ଧବଳେଶ୍ବରଙ୍କୁ ସ୍ନାନ ପରେ ସ୍ଵତନ୍ତ୍ର ନୀତିକାନ୍ତି କରାଯାଇ ସାଧାରଣ ଦର୍ଶନ ନିମନ୍ତେ ଦ୍ଵାରା ଫିଟାଯାଇଛି । ଧବଳେଶ୍ବରଙ୍କ ପୀଠକୁ ସଂଯୋଗ କରୁଥିବା ସ୍ଥାୟୀ କଂକ୍ରିଟ ସେତୁରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ସେତୁ ପୂର୍ବରୁ କାଉଡିଆ ମାନେ ବାହୁଙ୍ଗି ରଖି କେବଳ ଜଳକଳସ ଧରି ପୀଠ ଭିତରକୁ ପ୍ରବେଶ ପାଇଁ ପ୍ରଶାସନ ଅନୁମତି ଦେଇଛି । ସୁରକ୍ଷା ଦୃଷ୍ଟିରୁ ପୀଠରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Exit mobile version