Site icon ଆଜିକାଲି

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି, ଅପରାହ୍ନ ୫ରୁ ରାତି ୧୦ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିାଇଁ ପ୍ରାୟ ୫ ଘଣ୍ଟା ଭକ୍ତ ଦର୍ଶନ ବନ୍ଦ ରହିବ । କାର୍ତିକ ମାସ କୃଷ୍ଣପକ୍ଷ ନବମୀ ତିଥିରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି ବା ବନକଲାଗି ବୁଧବାର ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ସ୍ୱତନ୍ତ୍ର ନୀତି ପାଳନ କରାଯିବ । ଦତ ମହାପାତ୍ରସେବକମାନେ ରତ୍ନସିଂହାସନ ଉପରେ ଚଢି ଏହି ନୀତି ସମାପନ କରିବେ । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ଜୟ ବିଜୟଦ୍ୱାର ବନ୍ଦ କରାଯାଇ ଏହି ଗୁପ୍ତ ନୀତି ଆରମ୍ଭ କରାଯିବ । ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଭକ୍ତ ଦର୍ଶନ ବନ୍ଦ ରହିବ ।

ବନକଲାଗି ନୀତିରେ ମୁଖ ମଣ୍ଡଳ ଶୃଙ୍ଗାର ତଥା ମୁଖଶ୍ରୀ ପ୍ରସାଦନ ପାଇଁ ପ୍ରତି ମାସରେ ପ୍ରାୟ ୨ଥର ଏହି ନୀତି ଅନୁଷ୍ଠିତ ହୋଇଥାଏ । ଏହିନୀତିରେ ପ୍ରାୟ ପ୍ରାକୃତିକ ରଙ୍ଗ ସହ କସ୍ତୁରୀ, କେଶର ମିଶ୍ରଣ ହୋଇଥାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳା ରଙ୍ଗ, ହରିତାଳରୁ ହଳଦିଆ ରଙ୍ଗ, ହେଙ୍ଗୁଳରୁ କଳା ରଙ୍ଗ ଅଣାଯାଇ ରୂ । ପିଙ୍ଗଳ ମିଶ୍ରଣ କରାଯାଏ । ଭିତର ଉତରପଟେ ବନକଲାଗି ଘର ରହିଛି । ସେହି ଘରେ ବନକଲାଗି ରଙ୍ଗ ମିଶ୍ରଣ ହୁଏ । କସ୍ତୁରୀ, କର୍ପୂର ମିଶ୍ରଣ ଯୋଗୁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ୱଳ ଦେଖାଯାଏ । ଏହି ନୀତି ସମାପାନ ପାଇଁ ପାଳିଆ ପୂଜାପଣ୍ଡା, ପାଳିଆ ଖୁଂଟିଆ, ଗରାବଡ଼ୁ, ପାଳିଆ ପୁଷ୍ପାଳକ, ଚାଙ୍ଗେଡ଼ା ମେକାପ, ମୁଦୁଲି ସେବକମାନେ ସହଯୋଗ କରିବେ ।

Exit mobile version