Site icon ଆଜିକାଲି

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ଆଜି ଫାଲଗୁନ ଶୁକ୍ଲ ତୃତୀୟା ତିଥି । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ସନ୍ଧ୍ୟା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ।

ପରମ୍ପରା ଅନୁଯାୟୀ ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ଭିତରୁ ଜୟବିଜୟ ଦ୍ୱାର ବନ୍ଦ ରହିବ। ଦତ୍ତ ମହାପାତ୍ର ସେବକ ରତ୍ନ ସିଂହାସନ ଉପରକୁ ଯାଇ ବିଭିନ୍ନ ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରିବେ। ଏହାପରେ ଶ୍ରୀଜୀଉଙ୍କୁ ମହାସ୍ନାନ କରାଯିବା ସହ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ବଡ଼ ସିଂହାର ବେଶ, ବଡ଼ ସିଂହାର ଭୋଗ ଏବଂ ରାତ୍ର ପହୁଡ଼ ଅନୁଷ୍ଠିତ ହେବ।

Exit mobile version