Site icon ଆଜିକାଲି

ଆଜି ବସିବ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଆଜି ବସିବ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ବୈଠକ ବସିବ । ବୈଠକରେ ଗ୍ରୀଷ୍ମ ଋତୁରେ ଆସୁଥିବା ବାତ୍ୟାର କିଭଳି ସଫଳ ମୁକାବିଲା କରାଯାଇପାରିବ, ସେ ନେଇ ବ୍ୟାପକ ଆଲୋଚନା ହେବ । ଉଲ୍ଲେଖଯୋଗ୍ୟ ଯେ,ପୂର୍ବରୁ କେବଳ ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ବାତ୍ୟା ଆସୁଥିଲା । ହେଲେ ଗତ କିଛି ବର୍ଷ ହେବ ଫନୀ, ୟଶ ଓ ଅମ୍ପନ ପରି ବାତ୍ୟା ଖରା ଦିନେ ଆସି ରାଜ୍ୟକୁ ପ୍ରଭାବିତ କରିଛି । ଏ ଦୃଷ୍ଟିରୁ ଖରା ଦିନେ ବି ବାତ୍ୟା ମୁକାବିଲା ପାଇଁ ବୈଠକ ବସୁଛି । ଏନେଇ ସମସ୍ତ ତଥ୍ୟ ଓ ଦସ୍ତାବିଜ ନେଇ ବୈଠକରେ ଯୋଗ ଦେବାକୁ ସବୁ ସରକାରୀ ବିଭାଗକୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ବାତ୍ୟା ସତର୍କତା, ଓଡ୍ରାଫ, ଏନଡିଆରଏଫ୍, ଅଗ୍ନିଶମ ବିଭାଗର ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ ।

ସେହିପରି ବିକଳ୍ପ ଟେଲିକମ୍ ବ୍ୟବସ୍ଥା, ପାଣିପାଗ ଆକଳନ, ପ୍ରାଣୀ ସମ୍ପଦ ପାଇଁ ଖାଦ୍ୟ, ବହୁମୁଖୀ ଆଶ୍ରୟସ୍ଥଳୀ ଉପରେ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । ରାସ୍ତା ମରାମତି, ବିଦ୍ୟୁତ ପୁନଃ ସଂଯୋଗୀକରଣ, ରାସ୍ତା ସଫଳ, ଫସଲ ସୁରକ୍ଷା ପାଇଁ କଣ୍ଟିଜେନସି ପ୍ଲାନ ସମେତ ବାତ୍ୟା ସମୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବି ବୈଠକରେ ଖସଡ଼ା ପ୍ରସ୍ତୁତ ହେବ ।

Exit mobile version