Site icon ଆଜିକାଲି

ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା, ରକ୍ତ ରଞ୍ଜିତ ହେବ ଶୁଲିଆ ମାଟି

ଵଲାଙ୍ଗିର : ଆଜି ଵଲାଙ୍ଗିରରେ ଆଦିବସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ଵଲାଙ୍ଗିର ଜିଲା ଦେଓଗାଁ ବ୍ଲକର ଖଇରଗୁଡାର ବଡ଼ଖଲା, କୁମୁରିଆର ସାନଖଳା ଓ ନୁଆଁଖଳାରେ ପରମ୍ପରା ରୀତିନୀତିରେ ଆଦିବାସୀ ମାନେ ଶୁଲିଆ ଯାତ୍ରା ପାଳନ କରିବେ ।

ପୁଣି ଥରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । ପରମ୍ପରା ନାଁ ରେ ପୁଣି ଥରେ ବଳି ପ୍ରଥା ଜାରି ରଖିବେ ଆଦିବାସୀ । ପୁଣି ଥରେ ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ । କିଛି ବର୍ଷ ଧରି ବଳି ବନ୍ଦ କରିବାକୁ ଵଲାଙ୍ଗିର ପୋଲିସ ପଦକ୍ଷେପ ନେଇଥିଲେ ବି ସଫଳ ମିଳି ନଥିଲା । ଏବେ ଆଉ ଆଦିବାସୀ ଙ୍କ ପରମ୍ପରାରେ ହସ୍ତକ୍ଷେପ କରୁନାହିଁ ଵଲାଙ୍ଗିର ପୋଲିସ । ଫଳରେ ବଳି ପ୍ରଥା ଉପରେ କଟକଣା ନାହିଁ । କେବଳ ଶାନ୍ତି ଶୃଙ୍ଖଳା ପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ , ୪୦ ଜଣ ହୋମଗାର୍ଡ , ୧୫ ଜଣ ପୋଲିସ ଅଧିକାରୀ ଓ ୩ ଜଣ ମାଜିଷ୍ଟ୍ରେଟ ମୁତୟନ ହୋଇଛନ୍ତି । ଗତ ରାତିରେ ନିଶି ପୂଜା ସରିଥିବା ବେଳେ ଆଜି ବଳି ପ୍ରଥା ଜାରି ରହିବ । ଆଉ ପୁଣି ଥରେ ରକ୍ତ ରଞ୍ଜିତ ହେବ ସୁଲିଆ ମାଟି ।

Exit mobile version