Site icon ଆଜିକାଲି

ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଭୋର ୫ଟା ୪୫ରେ ପାକ ତ୍ୟାଗ

ଭୁବନେଶ୍ୱର :ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅପରାହ୍ନ ୩ଟା ୪୭ରେ ଆରମ୍ଭ ହେଉଥିଲେ ମଧ୍ୟ ଚନ୍ଦ୍ର ଉଦୟ ହୋଇନଥିବାରୁ ତାହା ଓଡ଼ିଶାରେ ଦେଖାଯିବ ନାହିଁ । ଅପରାହ୍ନ ୫ଟା ୫ରେ ଚନ୍ଦ୍ର ଉଦୟ ସମୟରୁ ଓଡ଼ିଶାରେ ୬ରୁ ୭ ମିନିଟ୍ ପର୍ଯ୍ୟନ୍ତ ଗ୍ରହଣ ଦୃଶ୍ୟମାନ ହେବ । ବିଭିନ୍ନ ଜିଲାରେ ଏହା ଭିନ୍ନ ଭିନ୍ନ ସମୟରେ ଦୃଶ୍ୟମାନ ହେବ । ଭୁବନେଶ୍ୱରବାସୀ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାତ୍ର ୬ ମିନିଟ୍ ଦେଖିବାକୁ ପାଇପାରିବେ । ଅର୍ଥାତ୍ ରାଜଧାନୀବାସୀ ସନ୍ଧ୍ୟା ୫ଟା ୫ରୁ ୫ଟା ୧୧ ଯାଏଁ ଦେଖିପାରିବେ । ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ମଙ୍ଗଳବାର ଭୋର୍ ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ ।

ତେବେ ଆଂଶିକ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୫ଟା ୧୧ରୁ ୬ଟା ୧୯ ଯାଏଁ ଦେଖାଯିବ । ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ମଙ୍ଗଳବାର ଭୋର୍ ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ । ଗ୍ରହଣ ଦିନ କାର୍ତିକ ପୂର୍ଣ୍ଣିମା ପଡ଼ୁଥିବାରୁ କେତେବେଳେ ଡଙ୍ଗା ଭସାଇବେ, ତାକୁ ନେଇ ଚିନ୍ତାରେ ଶ୍ରଦ୍ଧାଳୁ । ସେପଟେ ଚନ୍ଦ୍ରଗ୍ରହଣ ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚନ୍ଦ୍ରଗ୍ରହଣ ଦୃଶ୍ୟକୁ ସନ୍ଧ୍ୟା ୫ଟା ୫ ମିନିଟରୁ ୬ଟା ୧୯ ଯାଏ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଦେଖାଇବାର ବ୍ୟବସ୍ଥା କରାଯିବ । ଏଭଳି ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ୨୦୨୫ ମସିହା ସେପ୍ଟେମ୍ବର ମାସରେ ଦେଖାଯିବ । ସେହିପରି ଭାରତରେ ପରବର୍ତୀ ସୂର୍ଯ୍ୟପରାଗ ଆସନ୍ତା ୨୦୨୭ ମସିହା ଅଗଷ୍ଟ ମାସରେ ଦେଖାଯିବ ।

Exit mobile version