Site icon ଆଜିକାଲି

ଆସନ୍ତାକାଲି ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ 

ଭୁବନେଶ୍ୱର : ଆସନ୍ତାକାଲି ବସିବ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ସକାଳ ସାଢେ ୧୦ଟାରେ ଲୋକସଭା ଭବନରେ ବୈଠକ ବସିବ । ପୂର୍ବରୁ କେବଳ ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ବାତ୍ୟା ଆସୁଥିଲା । ହେଲେ ଗତ କିଛି ବର୍ଷର ଫନୀ, ୟଶ ଓ ଅମ୍ପନ ପରି ବାତ୍ୟା ଖରା ଦିନେ ଆସି ରାଜ୍ୟକୁ ପ୍ରଭାବିତ କରିଛି । ଏ ଦୃଷ୍ଟିରୁ ଖରା ଦିନେ ବି ବାତ୍ୟା ମୁକାବିଲା ପାଇଁ ବୈଠକ ବସୁଛି । ଏନେଇ ସମସ୍ତ ତଥ୍ୟ ଓ ଦସ୍ତାବିଜ ନେଇ ବୈଠକରେ ଯୋଗ ଦେବାକୁ ସବୁ ସରକାରୀ ବିଭାଗକୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ବାତ୍ୟା ସତର୍କତା, ଓଡ୍ରାଫ, ଏନଡିଆରଏଫ୍, ଅଗ୍ନିଶମ ବିଭାଗର ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ ।

ସେହିପରି ବିକଳ୍ପ ଟେଲିକମ୍ ବ୍ୟବସ୍ଥା, ପାଣିପାଗ ଆକଳନ, ପ୍ରାଣୀ ସମ୍ପଦ ପାଇଁ ଖାଦ୍ୟ, ବହୁମୁଖୀ ଆଶ୍ରୟସ୍ଥଳୀ ଉପରେ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । ରାସ୍ତା ମରାମତି, ବିଦ୍ୟୁତ ପୁନଃସଂଯୋଗୀକରଣ, ରାସ୍ତା ସଫଳ, ଫସଲ ସୁରକ୍ଷା ପାଇଁ କଣ୍ଟିଜେନସି ପ୍ଲାନ ସମେତ ବାତ୍ୟା ସମୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବି ବୈଠକରେ ଖସଡ଼ା ପ୍ରସ୍ତୁତ ହେବ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟରେ ଜିରୋ କାଜୁଆଲିଟିକୁ ସବୁବେଳେ ଗୁରୁତ୍ବ ଦେଇଛନ୍ତି ।

Exit mobile version