Site icon ଆଜିକାଲି

କାଲି ପୁରୀ -ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍

ଭୁବନେଶ୍ୱର : ନିୟମିତ ଚଳାଚଳ ପୂର୍ବରୁ ଆସନ୍ତାକାଲି ପୁରୀ- ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ରନ୍ କରାଯିବ । କାଲି ସକାଳ ୬ଟା ୧୦ ମିନିଟ୍‌ରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ ମିନିଟ୍‌ରେ ପହଞ୍ଚିବ। ଦିନ ୧ଟା ୫୦ ମିନିଟ୍‌ରେ ପୁରୀରୁ ଛାଡି ରାତି ୮ଟା ୩୦ ମିନିଟରେ ହାୱଡା ଅଭିମୁଖେ ଯାତ୍ରା କରିବ ଟ୍ରେନ । ବୁଧବାର ଚେନ୍ନାଇ ସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ବନ୍ଦେ ଭାରତ ଏକ୍ସପ୍ରେସର ବଗି ଗୁଡ଼ିକ କୋଲକାତା ଯାଇଥିଲା। ସେଠାରେ ପ୍ରାଇମେରୀ ମେଣ୍ଟେନାନ୍ସ ପରେ ଆସନ୍ତାକାଲି ଟ୍ରାଏଲ୍‌ ରନ୍‌ ହେବ ।

Exit mobile version