Site icon ଆଜିକାଲି

କାଲି ହୀରାକୁଦରୁ ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର : ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାରର ଜଳସ୍ତର ୬୧୪ ଫୁଟ ଉପରେ ରହିଛି । ବର୍ତ୍ତମାନ ଜଳଭଣ୍ଡାରକୁ ୯୨ ହଜାର ୭୭୪ କ୍ୟୁସେକ ପାଣି ପ୍ରବେଶ ହେଉଥିବା ବେଳେ ୪୦ ହଜାର ୬୧୫ କ୍ୟୁସେକ ପାଣି ନିଷ୍କାସନ ହେଉଛି ।

ଏଣେ ଆସନ୍ତାକାଲି ହୀରାକୁଦରୁ ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ । ହୀରାକୁଦର ୫ଟି ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ବାମ ପାର୍ଶ୍ବର ଷ୍ଟିଲ ୱେର ୩ଟି ସ୍ଲୁଇସ ଗେଟ୍ ଓ ଡାହାଣ ପାର୍ଶ୍ବର ଷ୍ଟିଲ ୱେର ୨ଟି ସ୍ଲୁଇସ ଗେଟ୍ ଖୋଲିବ ।ସମୁଦାୟ ୭୫ ହଜାର ଘନଫୁଟ ଜଳ ନିଷ୍କାସନ ହେବ ବୋଲି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି।

Exit mobile version