Site icon ଆଜିକାଲି

ଓଲଟିଲା ବିଦ୍ୟୁତ ଖୁଣ୍ଟ ବୋଝେଇ ଟ୍ରାକ୍ଟର, ଦୁଇ ଭାଇଙ୍କ ମୃତ୍ୟୁ

ମୁନିଗୁଡା : ରାୟଗଡା ଜିଲା ଗୁଡାରି ଥାନା ଅନ୍ତର୍ଗତ ମଶାରୀଗୁଡା ଗାଁ ନିକଟରେ ବିଦ୍ୟୁତ ଖୁଣ୍ଟ ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମଶାରୀଗୁଡାରୁ ଗୁମୁଡା ଅଭିମୁଖେ ଟ୍ରାକ୍ଟର ଯାଉଥିବା ବେଳେ ଦୁର୍ଘଟଣା ହୋଇଥିବା ଜଣାପଡିଛି । ମୃତକ ଦୁଇ ଜଣ ସମ୍ପର୍କୀୟ ଦୁଇ ଭାଇ । ମୃତକ କୋଲନରା ବ୍ଲକ୍ ରୋବାଡି ଗ୍ରାମ ବୋଲି ଜଣାପଡିଛି । ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା । ଟ୍ରାକ୍ଟରରେ ଥିବା ଦୁଇ ଜଣ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ଗୁଡାରି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଦୁଇ ଜଣ ହେଲେ ସନ୍ତୋଷ କୁମୁରିକା ଓ ଶ୍ୟାମ କୁମୁରିକା ।

Exit mobile version