Site icon ଆଜିକାଲି

ଚାଷ ଜମିରେ ଓଲଟିଲା ଟ୍ରାକ୍ଟର, ଚାପିହୋଇ ଡ୍ରାଇଭରଙ୍କ ମୃତ୍ୟୁ

କାମାକ୍ଷାନଗର : ଚାଷ ଜମିରେ ଓଲଟି ପଡିଲା ଟ୍ରାକ୍ଟର । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ । ମୃତକ ଡ୍ରାଇଭର ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମର ମହରଗା ସାହୁ ।

ସୂଚନାଯୋଗ୍ୟ ଯେ, ମହରଗା ସାହୁ ଶନିବାର ସକାଳେ ଜମିରେ ଚାଷ କରୁଥିବା ବେଳେ ଅସାବଧାନତା ବଶତଃ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ ଡ୍ରାଇଭର । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବରପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଟ୍ରାକ୍ଟରଟି ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Exit mobile version