Site icon ଆଜିକାଲି

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର, ବାପା ସାମ୍ନାରେ ୪ ବର୍ଷର ଶିଶୁ ମୃତ

ବଲାଙ୍ଗୀର : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଝଲପ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଧକ୍କାରେ ବାଇକ ଚୁର୍‌ମାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ବାପା ଆଗରେ ୪ ବର୍ଷର ଶିଶୁର ଜୀବନ ଚାଲିଯାଇଛି । ଗୁରୁତର ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସିନ୍ଧେକେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଝଲପ ଅଂଚଳକୁ କୌଣସି କାମରେ ଗୌଡ଼ତୁଲା ଗ୍ରାମର ଦୁହେଁ ଆସିଥିବା ବେଳେ ଏହିଭଳି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ସିନ୍ଧେକେଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି ।

Exit mobile version