Site icon ଆଜିକାଲି

ଟ୍ରାକ୍ଟର ଓଲଟି ୨ ମୃତ, ୬ ଗୁରୁତର ଆହତ

ବ୍ରହ୍ମପୁର – ପଡ଼ୋଶୀ ଆନ୍ଧ୍ର ନିକଟବର୍ତ୍ତୀ ଓଡିଶା ସୀମାନ୍ତ ଏକ ଗାଁ ରେ ସଡ଼କ ଦୁର୍ଘଟଣା। ତାଳଗୁରାଣ୍ଡି ଗାଁ ନିକଟରେ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଏଥିରେ ବସିଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଜଗନ୍ନାଥ ଭୂୟାଁ ଓ ଡେରା ଶବର । ମୃତକ ଓ ଆହତମାନେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଗୁଡିପଦର ଗାଁର ବୋଲି ଜଣାପଡିଛି। ଗୁଡିପଦର ଗାଁର କିଛି ଲୋକ ଟ୍ରାକ୍ଟରରେ ଏକ ରାଜନୈତିକ କାର୍ଯ୍ୟକ୍ରମର ଚିକିଟି ଯାଉଥିବା ବେଳେ ତାଳଗୁରାଣ୍ଡି ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗୁରୁତର ଆହତଙ୍କୁ ଆନ୍ଧ୍ରର କାଞ୍ଚିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Exit mobile version