Site icon ଆଜିକାଲି

ରାଜଧାନୀର ୧ ନମ୍ବର ହାଟରେ ସ୍ୱଚ୍ଛତା ନିୟମ ମାନୁନାହାନ୍ତି ବ୍ୟବସାୟୀ, ଆକ୍ସନ ମୋଡରେ ବିଏମସି କମିଶନର

ଭୁବନେଶ୍ୱର : ରାଜଧାନୀର ୧ ନମ୍ବର ହାଟରେ କୁଢ କୁଢ ଅଳିଆ ଆବର୍ଜ୍ଜନା ପଡିରହୁଛି । ବ୍ୟବସାୟୀମାନେ ଡଷ୍ଟବିନ ବ୍ୟବହାର କରୁନଥିବାରୁ ଅଳିଆ ଉଠିପାରୁନି । ଭୁବନେଶ୍ୱର ମହାନଗର ନିଗମର ନିର୍ଦ୍ଦେଶକୁ ବ୍ୟବସାୟୀମାନେ ମାନୁ ନଥିବା ଅଭିଯୋଗ ହୋଇଛି । ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା ରଖିବାକୁ ହୋଇଛି ନିର୍ଦ୍ଦେଶ । କିଛି ବ୍ୟବସାୟୀ ମାତ୍ର ଗୋଟିଏ ଡଷ୍ଟବିନ ରଖିଛନ୍ତି । ଓଦା ଶୁଖିଲା ଅଳିଆ ମିଶେଇ ରଖୁଛନ୍ତି । ଫଳରେ ପ୍ରକ୍ରିୟାକରଣ କରିବା ପାଇଁ ଅସୁବିଧା ହେଉଛି, ଆଉ କିଛି ବ୍ୟବସାୟୀ ଡଷ୍ଟବିନ ରଖିନାହାନ୍ତି । ସେମାନେ ରାସ୍ତାରେ ଅଳିଆ ପକାଉଛନ୍ତି । ସମସ୍ୟାର ସମାଧାନ ପାଇଁ ବ୍ୟବସାୟୀ ସଂଘ ସହ ବୈଠକ ଡାକିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ । ଡଷ୍ଟବିନ ରଖିନଥିବା ବ୍ୟବସାୟୀଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଳିଆ ପୃଥକୀକରଣ ନକଲେ ୫ ଶହ ଗଣିବେ ଫାଇନ । ୧ ନମ୍ବର ହାଟ, ମାଷ୍ଟରକ୍ୟାଣ୍ଟିନ ଛକ, ଜନପଥ ରାସ୍ତା, ଅଶୋକନଗର ବୁଲିବା ପରେ ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର ।

Exit mobile version