Site icon ଆଜିକାଲି

ରଥଯାତ୍ରାରେ ଟ୍ରାଫିକ ନିୟନ୍ତ୍ରଣ : ମୋଟ ୨୪ ସ୍ଥାନରେ ପାର୍କିଂ ବ୍ୟବସ୍ଥା, ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ମାଗଣା ଇ-ଯାନ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଦିନଟିଏ ରହିଥିବା ବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ରଥଯାତ୍ରାରେ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ପରିବହନ ପରିବହନ କମିଶନର ଅମିତାଭ ଠାକୁରଙ୍କ ସୂଚନା ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି।

ଟ୍ରାଫିକ୍ ନିୟନ୍ତ୍ରଣକୁ ୩ ଭାଗରେ ବିଭକ୍ତ କରାଯାଇଛି । କୁମ୍ଭାରପଡ଼ା ଥାନାରେ ରହିବ ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ । ମୋଟ ୨୪ ସ୍ଥାନରେ ହୋଇଛି ପାର୍କିଂ ବ୍ୟବସ୍ଥା । ଟୁରିଷ୍ଟ ବସ୍ ସବୁ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ । କୋଣାର୍କ ଆଡ଼ୁ ଆସୁଥିବା ଗାଡ଼ି ତାଳବଣିଆରେ ରହିବ । ୪ ଚକିଆ ଗାଡ଼ି ତାଳବଣିଆର ୬ ପାର୍କିଂ ପ୍ଲେସରେ ରହିବ ଓ ବ୍ରହ୍ମଗିରି ଆଡୁ ଆସୁଥିବା ଗାଡ଼ି ଲୋକନାଥ ମନ୍ଦିର ପାଖେ ରହିବ ବୋଲି ଏଡିଜି ସୂଚନା ଦେଇଛନ୍ତି। ଦୁଇ ଚକିଆ ଗାଡ଼ି ସବୁ ଜଗନ୍ନାଥବଲଭ ପାର୍କିଂରେ ରହିବ । ମାଟିତୋଟା କ୍ରିକେଟ ଫିଲ୍ଡ, ମଶାଣି ଚଣ୍ଡୀରେ ବାଇକ୍ ରହିବ । ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ମାଗଣା ଇ-ଯାନ ବ୍ୟବସ୍ଥା କରାଯାଇଥିବା ଠାକୁର କହିଛନ୍ତି। ଏହାଛଡା ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ବି ଜାରି କରାଯାଇଛି। ସେହି ନମ୍ବର ହେଲା ୬୩୭୦୯୬୭୧୦୦ । ଆମ୍ବୁଲାନ୍ସ ପାଇଁ ଇ-କରିଡର ବ୍ୟବସ୍ଥା କରାଯିବ । ଜରୁରୀ ସେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ପରିବହନ କମିଶନର ସୂଚନା ଦେଇଛନ୍ତି।

Exit mobile version