Site icon ଆଜିକାଲି

କାଲି ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ପାଇଁ ଭୁବନେଶ୍ୱର ଜନପଥରେ ଟ୍ରାଫିକ କଟକଣା

ଭୁବନେଶ୍ୱର – ନିର୍ବାଚନ ପ୍ରଚାର ପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ରୋଡ୍ ଶୋ’ କରିବେ। ରାତି ସାଢ଼େ ୮ଟାରୁ ବିଜେପି କାର୍ଯ୍ୟାଳୟରୁ ରୋଡ୍‌ ଶୋ’ ଆରମ୍ଭ ହୋଇ ବାଣୀବିହାର ପର୍ଯ୍ୟନ୍ତ ଯିବ। ସେଥିପାଇଁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ୍ ପୁଲିସ। ଆସନ୍ତାକାଲି କାଲି ଅପରାହ୍ନ ୨ଟାରୁ ରୋଡ୍ ଶୋ’ ସରିବା ଯାଏଁ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ। ସେହିପରି ଅପରାହ୍ନ ୪ଟାରୁ ରୋଡ୍ ଶୋ’ ଶେଷ ହେବା ପର୍ଯ୍ୟନ୍ତ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତା ବନ୍ଦ ରହିବ। ଏହା ସହିତ ଜନପଥକୁ ସଂଯୋଗ କରୁଥିବା କୌଣସି ଗଳିରୁ ଗାଡ଼ିଗୁଡ଼ିକୁ ରାସ୍ତାକୁ ଛଡ଼ାଯିବନି।

Exit mobile version