Site icon ଆଜିକାଲି

ବସ୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ, ୯ ଜଣ ମହିଳା ଗିରଫ

ଜି.ଉଦୟଗିରି : ପୋଲିସକୁ ସଫଳତା । ଚୋରାରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ । ୯ ଜଣ ମହିଳାଙ୍କୁ ଗିରଫ ସହ ଚୋରାରେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି ପୋଲିସ ।

ଖବର ଅନୁଯାୟୀ, ଫିରିଙ୍ଗିଆ ଅଞ୍ଚଳରେ ୯ଜଣ ମହିଳା ଗଞ୍ଜେଇ ନେଇ ଏକ ଘରୋଇ ବସ୍‌ରେ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ଏନେଇ ଜି.ଉଦୟଗିରି ପୋଲିସ କୌଣସି ସୁତ୍ରରୁ ଖବର ପାଇ କଳିଙ୍ଗା ଘାଟି ନିକଟରେ ଚଢାଉ କରିଥିଲା । ଆଉ ସେହି ବସ୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ୯ଜଣ ମହିଳାଙ୍କ ଅଟକ ରଖିଛି ପୋଲିସ। ଅଟକ ସମସ୍ତ ମହିଳା ଫିରିଙ୍ଗିଆ ଅଞ୍ଚଳର ବୋଲି ଜଣାପଡିଛି । ସେପଟେ ଏହି ଚୋରା କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ କରୁଛି ପୋଲିସ । ଏହାସହିତ କେତେ ଦିନ ଧରି ଏହି ଗଞ୍ଜେଇ କାରବାରରେ ସାମିଲ ଥିଲେ । ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ ।

Exit mobile version