Site icon ଆଜିକାଲି

ଟ୍ରକକୁ ପିଟିଲା ଟ୍ରେଲର : ଜଳିଗଲେ ଡ୍ରାଇଭର, ହେଲପର ଗୁରୁତର

ଯାଜପୁର : ଯାଜପୁର ଜାରକାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଏକ ଟ୍ରେଲର୍ ପିଟିଲା ପରେ ଜଳିଯାଇଛି । ଏଥିରେ ଟ୍ରେଲର ଡ୍ରାଇଭର ଜୀବନ୍ତଦଗ୍ଧ ହୋଇଛନ୍ତି । ହେଲପର ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି।

ଆଜି ଭୋର ପ୍ରାୟ ୪ଟା ବେଳେ ଜାତୀୟ ରାଜପଥରେ ବ୍ରେକ ଡାଉନ ହୋଇଥିବା ଏକ ଟ୍ରକ ଛିଡ଼ା ହୋଇଥିଲା। ସେହି ସମୟରେ ସମାନ ଦିଗରୁ ଆସୁଥିବା ଏକ ଲୁହା ରଡ଼ ବୋଝେଇ ଟ୍ରେଲର ଟ୍ରକ୍‌ଟିକୁ ଧକ୍କା ଦେଇଥିଲା। ଫଳରେ ଟ୍ରେଲରର ସମ୍ମୁଖ ଭାଗ କ୍ୟାବିନରେ ନିଆଁ ଲାଗିଯାଇଥିଲା। ଗାଡି ଭିତରେ ଥିବା ଡ୍ରାଇଭର ଚାପି ହୋଇ ରହିଯିବାରୁ ବାହାରକୁ ବାହାରି ପାରି ନ ଥିଲେ। ଫଳରେ ସେ ଜୀବନ୍ତଦଗ୍ଧ ହୋଇଯାଇଥିଲେ । ଗାଡିର ହେଲପର ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Exit mobile version