Site icon ଆଜିକାଲି

ଟ୍ରେନ୍ ଦୁର୍ଘଟଣା ଘଟଣା : ଘଟଣାସ୍ଥଳ ପରିଦର୍ଶନ ସହ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ଶନିବାର ଅପରାହ୍ନରେ ପହଞ୍ôଚ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଘଟଣାସ୍ଥଳରେ ପହଞ୍ôଚବା ପରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଦୁର୍ଘଟଣା ବାବଦରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ଅଧିକାରୀମାନେ ଏକ ବଡ଼ ମ୍ୟାପ୍ ଦେଖାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ଥିତି ବାବଦରେ କହିଥିଲେ । ଘଟଣାସ୍ଥଳରେ ସ୍ଥିତିର ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ଆହତଙ୍କୁ ଭେଟିବା ପାଇଁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ସେଠାରେ ଆହତଙ୍କୁ ଭେଟିବା ସହ ସେମାନଙ୍କ ସହ କଥା ହୋଇଛନ୍ତି । ଏହାସହ ଡାକ୍ତରଙ୍କ ସହ ଆଲୋଚନା କରି ଆହତଙ୍କୁ ଉତ୍ତମ ଚିକିତ୍ସା ଉପଲବ୍ଧ କରାଇବା ପାଇଁ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଫୋନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ କ୍ୟାବିନେଟ୍ ସଚିବଙ୍କ ସହ କଥା ହୋଇ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ଦେଶର ଯେକୌଣସି ହସ୍ପିଟାଲରେ ବ୍ୟବସ୍ଥା କରାଇବା ପାଇଁ କହିଛନ୍ତି ।

ଦୁର୍ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା କରାଯିବ । ଦୁର୍ଘଟଣାରେ ଅନେକ କିଛି ନା କିଛି ହରାଇଛନ୍ତି । ଏହା ଅତ୍ୟନ୍ତ ବେଦନାଦାୟକ । ମୁଁ ଅସହ୍ୟ ବେଦନା ଅନୁଭବ କରୁଛୁ । ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସରକାର ସମସ୍ତ ଉଦ୍ୟମ କରିବେ । ଯେଉଁ ପରିଜନମାନେ ନିଜ ଲୋକଙ୍କୁ ହରାଇଛନ୍ତି ସେମାନଙ୍କ ସହ ଏହି ଦୁଃଖର ପରିସ୍ଥିତିରେ ସରକାର ଠିଆ ହୋଇଛନ୍ତି । ସରକାରଙ୍କ ପାଇଁ ଏହି ଘଟଣା ଅତ୍ୟନ୍ତ ଗମ୍ଭୀର ଅଟେ । ସବୁ ପ୍ରକାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯିଏ ବି ଏଥିପାଇଁ ଦାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ହେବ । ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Exit mobile version