Site icon ଆଜିକାଲି

ବାହାନଗା ଟ୍ରେନ୍ ଦୁର୍ଘଟଣା ରେ କେନ୍ଦୁଝର ଟାଟା ପାୱାର ପୂର୍ବତନ ଅଧୀକ୍ଷକ ଯନ୍ତ୍ରୀ ନାରାୟଣ ଦାଶଙ୍କ ମୃତ୍ୟୁ

କେନ୍ଦୁଝର, ବାହାନଗା ରେଳ ଦୁର୍ଘଟଣାରେ କେନ୍ଦୁଝର ଟାଟା ପାୱାର ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ନାରାୟଣ ଦାଶଙ୍କ ମୃତ୍ୟୁ। ୭ଦିନ ତଳେ କେନ୍ଦୁଝରରୁ ବାଲେଶ୍ଵର ବଦଳି ହୋଇଥିଲେ। ଗତକାଲି ବାଲେଶ୍ଵରରୁ ଟ୍ରେନରେ ନିଜ ଘର ଭଦ୍ରକକୁ ଫେରିବା ସମୟରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡିଛି । ତାଙ୍କର ମୃତ୍ୟୁ ଖବର ପାଇ କେନ୍ଦୁଝରରୁ ବିଦ୍ୟୁତ୍ କର୍ମଚାରୀମାନେ ତାଙ୍କ ଗ୍ରାମରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିବା ଜଣାପଡିଛି। ସୂଚନାନୁଯାୟୀ, ଶୁକ୍ରବାର ସନ୍ଧ୍ୟା ୭ଟାରେ ବାଲେଶ୍ୱର ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ ମାଲବାହୀ ଟ୍ରେନକୁ ଏକ୍ସପ୍ରେସ ଟ୍ରେନ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଏଯାବତ୍ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଉର୍ଦ୍ଧ୍ଵ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବାଲେଶ୍ଵର ଡାକ୍ତରଖାନାରେ ୨୦୦ରୁ ଅଧିକ ଆହତ ଚିକିତ୍ସାଧୀନ ଅଛନ୍ତି। ପଶ୍ଚିମବଙ୍ଗ ଡାକ୍ତରୀ ଦଳ ସେଠାରେ ଉପସ୍ଥିତ ଅଛନ୍ତି। ସେହିପରି ପଶ୍ଚିମବଙ୍ଗର ୩୬ଟି ଆମ୍ଵୁଲାନ୍ସ ମଧ୍ୟ ବାଲେଶ୍ଵର ମେଡିକାଲରେ ମହଜୁଦ ଅଛନ୍ତି।

Exit mobile version