Site icon ଆଜିକାଲି

କୋରେଇ ଷ୍ଟେସନ ଦେଇ ସ୍ୱାଭାବିକ ହେଲା ଟ୍ରେନ ଚଳାଚଳ 


ଯାଜପୁର : ଦୀର୍ଘ ୧୫ ଘଣ୍ଟାପରେ ଯାଜପୁର ଜିଲ୍ଲା କୋରେଇ ଷ୍ଟେସନ ଦେଇ ସ୍ୱାଭାବିକ ହୋଇଛି ରେଳ ଚଳାଚଳ । ହେଲେ କୌଣସି ଟ୍ରେନ୍ କୋରେଇ ଷ୍ଟେସନରେ ଅଟକିବ ନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣା ପରେ କାମ ଆହୁରି ବାକିଥିବାରୁ କୋରେଇ ଷ୍ଟେସନରେ କୌଣସି ଟ୍ରେନ ରହିବ ନାହିଁ ।

ଗତକାଲି ସକାଳେ ଯାଜପୁର କୋରେଇ ଷ୍ଟେସନରେ ଘଟିଥିଲା ଟ୍ରେନ୍ ଦୁର୍ଘଟଣା । ଏକ ମାଲବାହୀ ଟ୍ରେନର ୮ଟି ବଗି ଲାଇନଚ୍ୟୁତ୍ ହୋଇଥିଲା। କିଛି ବଗି ଯାତ୍ରୀ ବିଶ୍ରାମଗାର ଓ ଟିକେଟ ଘର ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ପ୍ଲାଟଫର୍ମ, ଟ୍ରାକ୍, ଟିକେଟ୍ ଘର, ଯାତ୍ରୀ ବିଶ୍ରାମଗାର ଏବଂ ଫୁଟ୍ ଓଭର ବ୍ରିଜ୍ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ୩ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ ।

Exit mobile version