Site icon ଆଜିକାଲି

ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି #VKPandianInMetaverse

ଭୁବନେଶ୍ୱର – ଓଡ଼ିଶାର ପ୍ରତ୍ୟେକ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ ପ୍ରକ୍ରିୟା। ୫-ଟି ଉପକ୍ରମରେ ରାଜ୍ୟର ସବୁକ୍ଷେତ୍ରରେ ରୂପାନ୍ତରଣ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ସମୟ ସ‌ହ ତାଳ ଦେଇ ଡିଜିଟାଇଜେସନ କ୍ଷେତ୍ରରେ ବି ପଛରେ ପଡିବାକୁ ଚାହୁଁନାହିଁ ଓଡ଼ିଶା। ଏ କ୍ଷେତ୍ରରେ ବି ଓଡ଼ିଶା ଆଗେଇ ଚାଲିଛି। ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ମଧ୍ୟ ଟେକ୍ନୋଲୋଜିର ସଦୁପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସଦ୍ୟ ସମାପ୍ତ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଟେକ୍ନୋଲୋଜି ପ୍ରୟୋଗ କରି ଓଡ଼ିଶାର ସମୃଦ୍ଧ ଭାଷା,ସଂସ୍କୃତି, ସାହିତ୍ୟ, ପରମ୍ପରା ଓ ଐତିହ୍ୟର ପ୍ରଚାର ପ୍ରସାର କରିବା କୁ ଉଦ୍ୟମ କରାଯାଇଥିଲା । ଏଥିପାଇଁ ମେଟାଭର୍ସ ଡିଜିଟାଲ୍ ପ୍ଲାଟଫର୍ମର ସହାୟତା ନିଆଯାଇଥିଲା। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିଜେ ଏ ଦିଗରେ ଉଦ୍ୟମ କରିଥିଲେ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଏହି ଡିଜିଟାଲ ପ୍ଲାଟଫର୍ମ ବେଶ୍ ଚର୍ଚ୍ଚିତ ହେବା ସ‌ହ ଆଦୃତ ହୋଇଛି । ଏପରି ଏକ ହାଇଟେକ୍ ବ୍ୟବସ୍ଥା ପାଇଁ ପାଣ୍ଡିଆନଙ୍କୁ ପ୍ରଶଂସା କରାଯାଉଛି। ସୋସିଆଲ ମିଡିଆରେ ଏଭଳି ଉଦ୍ୟମ ବେଶ୍ ପ୍ରଶଂସିତ ହେଉଛି । X ରେ ‘ଭିକେପାଣ୍ଡିଆନ ଇନମେଟାଭର୍ସ’ ଏକ ନମ୍ବରରେ ଟ୍ରେଣ୍ଡ କରୁଛି ।

Exit mobile version