Site icon ଆଜିକାଲି

ଆଦିବାସୀ ମେଳା- ୨୦୨୪ ଉଦଘାଟିତ

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀ ମେଳା- ୨୦୨୪ ଆରମ୍ଭ ହୋଇଛି। ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଉଦଘାଟନ କରିଥିଲେ ।

ଫେବ୍ରୁଆରୀ ୫ ତାରିଖ ଯାଏଁ ଚାଲିବ ମେଳା । ମେଳାରେ ଜନଜାତିଙ୍କଦ୍ୱାରା ପ୍ରସ୍ତୁତ ଓ ସଂଗୃହୀତ କଳାସାମଗ୍ରୀ, ଲଘୁ ବନଜାତ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ କରାଯିବ । ଅପରାହ୍ନ ଅଢ଼େଇଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ ।

ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଚାହିଦା ଅନୁଯାୟୀ ନିକଟ ଭବିଷ୍ୟତରେ ଜନଜାତିଙ୍କଦ୍ୱାରା ପ୍ରସ୍ତୁତ ଓ ସଂଗୃହୀତ କଳାସାମଗ୍ରୀ, ଲଘୁ ବନଜାତ ଆଦି ଦ୍ରବ୍ୟର ବିକ୍ରି ପାଇଁ ରାଜଧାନୀ ଭୁବନେଶ୍ୱରରେ ଏକ ସ୍ଥାୟୀ ସୁବିଧା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯିବ।

ଆଦିବାସୀ ମେଳାରେ ଏଥର ୧୦୯ଟି ଷ୍ଟଲ୍ ଲାଗିଛି । ୧୦ଟି ଜନଜାତିଙ୍କ ଘର ମଧ୍ୟ ପ୍ରଦର୍ଶିତ ହେଉଛି। ଉଦଘାଟନୀ ଅବସରରେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଷ୍ଟଲ୍ ଗୁଡ଼ିକ ବୁଲିବା ସହ ଦାରିଙ୍ଗିବାଡିର ହର୍ବାଲ ଟି’ ପିଇଥିଲେ।

Exit mobile version