Site icon ଆଜିକାଲି

ଦୁର୍ଘଟଣା ପରେ ଟ୍ରକ୍ କ୍ୟାବିନ୍‌ରେ ଚାପି ହୋଇଗଲେ ହେଲପର୍‌, ୨ ଘଣ୍ଟା ପରେ ଉଦ୍ଧାର

କେନ୍ଦୁଝର, ଦୁର୍ଘଟଣାର ଦୁଇ ଘଣ୍ଟା ପରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ କ୍ୟାବିନ୍ ଭିତରୁ ହେଲପରକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଦେଇ ଯାଇଥିବା ୨ ନଂ ଜାତୀୟ ରାଜପଥର ଆଗର୍ଦା ଛକ ନିକଟରେ ଘଟିଛି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଦେଇ ଯାଇଥିବା ୨ ନଂ ଜାତୀୟ ରାଜପଥର ଆଗର୍ଦା ଛକ ନିକଟରେ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଏକ ଟ୍ରକ୍ ପଛରେ ଟ୍ରଲର ଧକ୍କା ଦେଇଥିଲା । ଭୟଙ୍କର ଭାବେ ହୋଇଥିବା ଏହି ଦୁର୍ଘଟଣାରେ ଟ୍ରେଲରର କ୍ୟାବିନ୍‌ ଭାଙ୍ଗିରୁଜି ଯିବା ସହ କ୍ୟାବିନ୍ ଭିତରେ ଚାପି ହୋଇ ରହିଯାଇଥିଲା ହେଲପର । ସ୍ଥାନୀୟଲୋକେ ଚେଷ୍ଟାକରି ତାଙ୍କୁ ଉଦ୍ଧାର କରିବାରେ ବିଫଳ ହେବାପରେ ଘଷିପୁରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଖବର ପାଇ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ହେଲପର ଅନୁଗୋଳ ଜିଲ୍ଲା କୃଷ୍ଣପୁର ଗ୍ରାମର ତୁଷାରକାନ୍ତି ସାହୁଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

Exit mobile version