Site icon ଆଜିକାଲି

ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ହେଲ୍‌ପର୍‌ ଗୁରୁତର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା-ଚାନ୍ଦବାଲି ରାସ୍ତା ଜଝାଙ୍ଗ ନିକଟରେ ଦୁର୍ଘଟଣା । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ଆମ୍ବଲାନ୍ସ । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ହେଲ୍‌ପର୍‌ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସଞ୍ଜୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, କେନ୍ଦ୍ରାପଡ଼ାରେ ରୋଗୀ ଛାଡି ଚାନ୍ଦବାଲି ଫେରୁଥିଲା ଆମ୍ବୁଲାନ୍ସ । ରାତି ପ୍ରାୟ ୨ଟା ସମୟରେ ୧୦୮ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କେନ୍ଦ୍ରାପଡ଼ା-ଚାନ୍ଦବାଲି ରାସ୍ତା ଜଝାଙ୍ଗ ଠାରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଥିବା ଟ୍ରକକୁ ଧକ୍କା ଦେଇଥିଲା । ଯେଉଁଥିରେ ଆମ୍ବୁଲାନ୍ସ ହେଲପର ସଞ୍ଜୟ ସାହୁ ଗୁରୁତର ହୋଇଥିଲେ । ସେପଟେ ଏହି ଦୁର୍ଘଟଣାରେ ସଞ୍ଜୟଙ୍କ ବାମ ହାତ ସଂପୂର୍ଣ୍ଣ ଛିଣ୍ଡି ଯାଇଥିବା ଜଣାପଡିଛି । ଆମ୍ବୁଲାନ୍ସ ଡ୍ରାଇଭର ପ୍ରଶାନ୍ତ ସାହୁ ସୁସ୍ଥ ଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ସଞ୍ଜୟଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଆମ୍ବୁଲାନ୍ସଟି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହୋଇଥିବା ବେଳେ ଉଭୟ ଡ୍ରାଇଭର ଏବଂ ହେଲପରଙ୍କ ଘର ଭଦ୍ରକର ଚାନ୍ଦବାଲି ଅଞ୍ଚଳରେ ବୋଲି ଜଣାପଡିଛି ।

Exit mobile version