Site icon ଆଜିକାଲି

ବସ ପଛରେ ପିଟିଲା ଟ୍ରକ: ହେଲପର ମୃତ, ୫ ଯାତ୍ରୀ ଆହତ

ପାଲଲହଡା : ଅନୁଗୁଳ ଜିଲ୍ଲା ଡିମିରିଆ ଛକ ନିକଟରେ ବସ୍‌କୁ ପଛପଟୁ ଧକ୍କା ଦେଇଛି ଟ୍ରକ । ଫଳରେ ଘଟଣାସ୍ଥଳରେ ବସ୍‌ ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି । ବୁଧବାର ଭୋର୍‌ ୩ଟା ସମୟରେ ବାଲେଶ୍ୱରରୁ ବରଗଡ ଯାଉଥିବା ରାମଜୀ ନାମକ ଯାତ୍ରୀବାହୀ ବସ ନମ୍ବର OD-01-B-1187, ଡ଼ିମିରିଆ ଛକ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ହେଲପର ବସର ଚକ ଯାଞ୍ଚ କରୁଥିବା ବେଳେ ପଛପଟୁ ଆସୁଥିବା ଏକ ଲୁହା ପଥର ବୋଝେଇ ଟ୍ରକ୍‌ (OD-09-G-5129) ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଲେଶ୍ୱର ଜିଲ୍ଲା ସହାଦେବ ଖୁଣ୍ଟା ଦରଜୀ ପୋଖରୀ ଛକ ଅଂଚଳର ପ୍ରଶାନ୍ତ ମିଶ୍ରଙ୍କ ମୃତ୍ୟୁ ଘଟିଛି । ଏହା ସହିତ ପାଞ୍ଚ ଜଣ ବସ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।

Exit mobile version