Site icon ଆଜିକାଲି

ପିକଅପ ଭ୍ୟାନକୁ ପଛପଟୁ ଧକ୍କା ଦେଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର

ବାଲେଶ୍ବର : ବାଲେଶ୍ବର ଜିଲା ରୂପସା ଥାନା ଅନ୍ତର୍ଗତ ହଳଦିପଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ ଭ୍ୟାନକୁ ପଛପଟୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଜଣ ଗୁରୁତର।

ସୋରରୁ ବସ୍ତା ଅଭିମୁଖେ ଯାଉଥିଲା ପିକଅପ୍ ଭ୍ୟାନ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବାଲେଶ୍ଵର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ହେଲେ ସୋର ଅଞ୍ଚଳର ସରଜୁ ସାହା।

Exit mobile version