Site icon ଆଜିକାଲି

ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ୍ : ଜଣେ ମୃତ

କେନ୍ଦୁଝର : କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥର ପଦ୍ମପୁର ନିକଟସ୍ଥ ଓଡିଶା ଗ୍ରାମବ୍ୟାଙ୍କ ସମ୍ମୁଖ ଓଭର ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷେ ଟ୍ରକ ଚାଳକକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଯେ, ଝୁମ୍ପୁରା ପଟୁ ପଦ୍ମପୁର ଅଭିମୁଖେ ଆସୁଥିବା ଟ୍ରକ ସମ୍ମୁଖରେ ଯାଉଥିବା ଏକ ବାଇକ୍‌କୁ ପଛପଟୁ ଧକ୍କାଦେବା ସହ ରାସ୍ତାର ଲୁହାଵାଡ ପର୍ଯ୍ୟନ୍ତ ଘୋସାରି ଆଣିଥିଲା । ଫଳରେ ମୋଟର ସାଇକେଲ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ପରିଚୟ ଜଣାପଡି ନାହିଁ । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡି ଓ ମୃତ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ପରେ ପୋଲିସ ମୃତଦେହ ବ୍ୟବଛେଦ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକଟି ରାଇସୁଆ ଅଞ୍ଚଳର ବୋଲି ଜଣାପଡିଛି । ଟ୍ରକ ଚାଳକ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ।

Exit mobile version