Site icon ଆଜିକାଲି

ଚୁନାଘାଟିରେ ଓଲଟିଲା ଟ୍ରକ୍ : ଡ୍ରାଇଭର ମୃତ

ସୁନ୍ଦରଗଡ଼ : ପୁଣି ଚୁନାଘାଟିରେ ଦୁର୍ଘଟଣା। ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଓଲଟିଲା ଟ୍ରକ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଗାଡ଼ି ଡ୍ରାଇଭର ବୋଲି ଜଣାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଟ୍ରକ୍‌ଟି ଲୁହା ବୋଝେଇ କରି କୋଇଡ଼ାରୁ ଛତିଶଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟିଥିବା ନେଇ ପୁଲିସକୁ ଖବର ଦେଇଥିଲେ। ସକାଳେ ପ୍ରାୟ ୮ ଘଣ୍ଟାର କସରତ ପରେ ଚାପି ହୋଇଥିବା ଚାଳକଙ୍କୁ ଟ୍ରକ ଭିତରୁ ବାହାର କରିଛି ଅଗ୍ନିଶମ ବାହିନୀ। ଶବବ୍ୟବଚ୍ଛେଦ ଲାଗି ମୃତଦେହକୁ କୋଇଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

ଗତକାଲି ମଧ୍ୟ ଦୁଇଟି ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଦୁର୍ଘଟଣା ହେବା ଫଳରେ ଦୀର୍ଘ ୫ ଘଣ୍ଟାର କସରତ ପରେ ସ୍ଥାନୀୟ ବାସୀନ୍ଦା ଓ ଅଗ୍ନିଶମ ବାହିନୀ ଚାପି ହୋଇଥିବା ଚାଳକକୁ ବାହାର କରିଥିଲେ। ଗୁରୁତର ଉଭୟ ଚାଳକଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା।

Exit mobile version